September 23, 2026

ତୈଳ ଦର ଦ୍ରୁତ ଗତିରେ ବୃଦ୍ଧି

1 min read

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଶ୍ଵ ତୈଳବଜାର ଏହାର ବେଶ ପ୍ରଭାବ ପଡିଛି। ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରେ ବିଶ୍ୱବଜାରରେ ତୈଳ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯୁଦ୍ଧ ଯୋଗୁଁ ବିଶ୍ବବ୍ୟାପୀ ତୈଳ ସଂକଟ ବଢିବାରେ ଲାଗିଛି।ହର୍ମୁଜ୍ ପ୍ରଣାଳୀକୁ ଇରାନ ଅବରୋଧ କରିବା ଯୋଗୁଁ ଗୋଟିଏ ପଟେ ବିଶ୍ବରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଅନ୍ୟପଟେ ଇରାନ ପ୍ରତିଶୋଧ ନେବା ପାଇଁ ପଡ଼ୋଶୀ କାତାର, କୁଏତ, ସାଉଦି ଆରବ ଏବଂ ୟୁଏଇର ତୈଳ ଓ ଗ୍ୟାସ୍ ପ୍ରକଳ୍ପ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି।

ଏହାଯୋଗୁଁ ତୈଳ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।ତେହେରାନର ବ୍ୟାପକ ପ୍ରତିଶୋଧ ନେବା ଫଳରେ ହର୍ମୁଜ୍ ପ୍ରଣାଳୀକୁ ପ୍ରଭାବଶାଳୀ ଭାବରେ ବନ୍ଦ କରିଦିଆଗଲା। ଗତ ବର୍ଷ ପ୍ରତି ବ୍ୟାରେଲ ପ୍ରାୟ $୭୦ ଥିଲା ଅଶୋଧିତ ତୈଳଥିଲା। ଏପ୍ରିଲ ଶେଷ ଭାଗରେ ହାରାହାରି ପ୍ରତି ବ୍ୟାରେଲ $୧୧୪ ରୁ ଅଧିକ ହୋଇଛି।