April 6, 2026

କୁଆଁରମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

1 min read

ରାଉରକେଲା: କୁଆଁରମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଯମୁନାଢ଼ିପା ପ୍ରଗତି ପେଟ୍ରୋଲ ନିକଟ ସୋନୁ ଢ଼ାବା ଭିତରକୁ ପଶିଲାଗଲା କାର l ଚାଳକ ସମେତ ଦୁଇ ମୃତ l ଅନ୍ୟ ଜଣେ ଗୁରୁତର l ଆଜି ଭୋର ପ୍ରାୟ ତିନିଟାରେ ରାଞ୍ଚିରୁ ରାଉରକେଲା ଫେରୁଥିଲେ l ଗୁରୁତରଙ୍କୁ ବେଦବ୍ୟାସ ଜେପି ହସ୍ପିଟାଲରେ ଭର୍ତି କରାଯାଇଛି l କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛି l
ମୃତକ ହେଲେ ଛେଣ୍ଡ କଲୋନିର କୁନାଲ ନାୟକ (୨୩), ମୋହିତ ମହାତୋ (୨୨)l ଗୁରୁତର ସମୀର ନାୟକଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତି କରାଯାଇଛି l ପୁଲିସ ଦୁର୍ଘଟଣାଗ୍ରସ୍ତ କ୍ରେଟା କାର ଓଡି ୧୪ଏବି ୯୮୩୬କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଢ଼ାବା ବନ୍ଦ ଥିବାରୁ କର୍ମଚାରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି l