December 11, 2025

ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ

1 min read

ଭୁବନେଶ୍ୱର: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ ହୋଇଛି। ସୋମବାର ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମେତ ୧୬ ଜଣ ମନ୍ତ୍ରୀଙ୍କର ୧୭ଟି କ୍ୱାର୍ଟର୍ସ ନବୀକରଣରେ ମୋଟ ୩,୩୯,୫୨,୨୨୩ ଟଙ୍କା ଖର୍ଚ୍ଚ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ (ୟୁନିଟ୍-୨ ଓ ୟୁନିଟ୍-୫) କ୍ୱାର୍ଟର୍ସରେ ଯଥାକ୍ରମେ ୫୦,୧୦,୮୭୧ ଟଙ୍କା ଏବଂ ୨୩,୪୭,୪୮୭ ଟଙ୍କା ବ୍ୟୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କ୍ୱାର୍ଟର୍ସରେ ଦ୍ୱିତୀୟ ସର୍ବାଧିକ ୨୮,୨୧,୨୩୦ ଟଙ୍କା ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।