କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ SDJM କୋର୍ଟ ପରିସରରେ ହାଇ ଭୋଲଟେଜ୍ ହଙ୍ଗାମା
1 min read
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ SDJM କୋର୍ଟ ପରିସରରେ ମଙ୍ଗଳବାର ଏକ ହାଇ ଭୋଲଟେଜ୍ ହଙ୍ଗାମା ଦେଖିବାକୁ ମିଳିଛି। ଲୁଚି ଛପି ଦ୍ବିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ଧରି ନିସ୍ତୁକ ମାଡ଼ମାରିଛନ୍ତି ତାଙ୍କ ସ୍ତ୍ରୀ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ତନୁପୁର ଗାଁର ଦମ୍ପତି ୧୫ ବର୍ଷ ତଳେ ବିବାହ କରିଥିଲେ। ହେଲେ ପୁଅ ନ ହେବାରୁ କୋର୍ଟରେ ମଙ୍ଗଳବାର ଦ୍ବିତୀୟ ବିବାହ କରୁଥିଲେ ସ୍ବାମୀ। ଏହି କଥା ଜାଣି ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ପରେ ସେ ସ୍ବାମୀଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ।