September 21, 2026

ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

1 min read

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲା ବିଂଝାରପୁରର ଏହି ଯୁବକ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ପାରିବାରିକ ବିବାଦ ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣାରେ ଯୁବକଙ୍କ ଶରୀରର ପ୍ରାୟ ୧୫% ପୋଡ଼ିଯାଇଛି। ତୁରନ୍ତ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଧିକ ତଥ୍ୟ ସଂଗ୍ରହ କରୁଛି।