January 24, 2026

ଆତ୍ମହତ୍ୟା’ କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆତ୍ମହତ୍ୟା’ କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ। ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ମୁଖ୍ୟମନ୍ତ୍ରୀ ରାଗି ଯାଇ କହିଲେ ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି । ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ। ଆତ୍ମହତ୍ୟା ଶଦ୍ଦ କାହିଁକି କହୁଛ। କିଏ ଶିଖାଇଛନ୍ତି ଯେ ଆତ୍ମହତ୍ୟା ଶଦ୍ଦ କହିବ ବୋଲି? ତୁମେ ଆସିଛ ସାହାଯ୍ୟ ପାଇବ, ଆତ୍ମହତ୍ୟା କାହିଁକି କରିବ। ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ ନିଶ୍ଚୟ ପାଇବ। ସେପଟେ ଅଭିଯୋଗ କରିବା ବେଳେ କହୁ କହୁ କହିଦେଲି କହିଲେ ଅଭିଯୋଗକାରୀ।