May 9, 2026

ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ

1 min read

ଭୁବନେଶ୍ବର: ସିବିଆଇ ଆଜି ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ଏହି ଚଢ଼ଉ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ଏହି ଚଢ଼ଉ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇର ଏକାଧିକ ଟିମ୍‌ ଏମ୍ସ ଭୁବନେଶ୍ବର ସମେତ ଅନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାଯାଇଛି।
ସିବିଆଇର ଏହି ଚଢ଼ଉ ଅଭିଯାନରେ ଭୁବନେଶ୍ବରର କଳ୍ପନା ଅଞ୍ଚଳ ଓ ଜଗତସିଂହପୁରଜିଲ୍ଲା ମଧ୍ୟ ସାମିଲ ରହିଛି। ଏହି ଚଢ଼ଉ ସମୟରେ ସିବିଆଇ ଟିମ୍‌କୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଥିବା ଜଣାଯାଇଛି।