October 15, 2025

ବିଲିୟନେୟାର ତାଲିକାରେ ସାମିଲ ହୋଇଛନ୍ତି ‘ଗୁଗଲ’ର ସିଇଓ ସୁନ୍ଦର ପିଚାଇ

1 min read

ବିଲିୟନେୟାର ତାଲିକାରେ ସାମିଲ ହୋଇଛନ୍ତି ‘ଗୁଗଲ’ର ସିଇଓ ସୁନ୍ଦର ପିଚାଇ। ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ୫୩ ବର୍ଷୀୟ ସୁନ୍ଦର ପିଚାଇଙ୍କର ମୋଟ ସମ୍ପତ୍ତି ଏବେ ୧ ବିଲିୟନ ବା ୧୦୦ କୋଟି ଡଲାର ଅତିକ୍ରମ କରିଛି। ‘ଗୁଗଲ’ର ମୂଳ କମ୍ପାନି ‘ଆଲଫାବେଟ’ର ପ୍ରତିଷ୍ଠାତା ନ ହୋଇ ସୁନ୍ଦର ପିଚାଇଙ୍କ ନାମ ବିଲିୟନେୟାର ଲିଷ୍ଟରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

‘ଆଲଫାବେଟ’ର ୦.୦୨ ପ୍ରତିଶତ ସେୟାର ରଖିଛନ୍ତି ସୁନ୍ଦର ପିଚାଇ। ଗତ ୧୦ ବର୍ଷରେ ସେ ୬୫୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟକ ବିକ୍ରି କରି ଦେଇଛନ୍ତି। ତାମିଲନାଡୁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁନ୍ଦର ପିଚାଇ।

ଆଇଆଇଟି ଖଡ଼ଗପୁରରେ ବିଟେକ୍ କରିବା ପରେ ସ୍କଲାରସିପ୍ ପାଇ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ସେ ଏମବିଏ କରିଥିଲେ। ୨୦୧୫ରୁ ୧୦ ବର୍ଷ ଧରି ‘ଗୁଗଲ’ର ସିଇଓ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି ସୁନ୍ଦର ପିଚାଇ। ସେହିପରି ୨୦୧୯ରେ ସେ ‘ଆଲଫାବେଟ’ କମ୍ପାନିର ସିଇଓ ହୋଇଥିଲେ।