October 25, 2024

ଓଡିଶା ସୀମାନ୍ତରେ ଗୁଳିବିନିମୟ ଘଟି ୪ ନକ୍ସଲ ମୃତ

1 min read

ସିଂହଭୂମ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା | ଓଡିଶା ସୀମାନ୍ତରେ ଗୁଳିବିନିମୟ ଘଟି ୪ ନକ୍ସଲ ମୃତ | ସର୍ଚ୍ଚ ଅପରେଶନ ସମୟରେ ପୁଲିସ ଏନ୍‌କାଉଣ୍ଟରରେ ଜଣେ ମହିଳା ନକ୍ସଲ କମାଣ୍ଡରଙ୍କ ସହିତ ୪ ଜଣ ନକ୍ସଲ ନିହତ ହୋଇଛି। ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏନ୍‌କାଉଣ୍ଟର ସ୍ଥଳରୁ ପୁଲିସକୁ କିଛି ନକ୍ସଲସାମଗ୍ରୀ ମିଳଛି। ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମରେ ସୁରକ୍ଷାକର୍ମୀଙ୍କ ସହିତ ନକ୍ସଲ ମୁହାଁମୁହିଁ ହୋଇଥିଲେ |

ଝାଡ଼ଖଣ୍ଡ ପୁଲିସର ମୁଖପାତ୍ର ଓ ଆଇଜି (ଅପରେଶନ) ଅମୋଲ ଭି ହୋମକର କହିଛନ୍ତି, ଟରୋଣ୍ଟ ଓ ଗୋଏଲକେରା ଜଙ୍ଗଲ ଭିତରେ ନକ୍ସଲ ଚଳପ୍ରଚଳ କରୁଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ କର୍ମୀମାନେ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ମୁହାଁମୁହିଁ ସମୟରେ ୪ ଜଣ ନକ୍ସଲ ନିହତ ହୋଇଥିଲେ। ସେହିପରି ୨ ଜଣ ନକ୍ସଲ ଗିରଫ ହୋଇଛନ୍ତି।

ଗୁଳିବିନିମୟରେ ନିହତ ହୋଇଥିବା ଜୋନାଲ କମାଣ୍ଡରଙ୍କ ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହିପରି ଅନ୍ୟ ୩ ଜଣ ନକ୍ସଲଙ୍କ ପାଇଁ ସରକାର ପୁରସ୍କାର ଘୋଷଣା କରିଥିଲେ। ନିହତଙ୍କ ମଧ୍ୟରେ ଜଣେ ସବ-ଜୋନାଲ କମାଣ୍ଡର ଓ ଏରିଆ କମାଣ୍ଡର ମଧ୍ୟ ଅଛନ୍ତି। ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି।

ପଶ୍ଚିମ ସିଂହଭୂମର ଗୁଆ ପୁଲିସ ଷ୍ଟେସନ ଅଞ୍ଚଳର ଲିପୁଙ୍ଗାଠାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପଶ୍ଚିମ ସିଂହଭୂମ ପୁଲିସ ଅଧୀକ୍ଷକ (ଏସପି) ଆଶୁତୋଷ ଶେଖର କହିଛନ୍ତି ଆଜି ସକାଳେ ଜିଲ୍ଲାର ଗୁଆ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ମୁକାବିଲାରେ ନକ୍ସଲମାନେ ବହୁ କ୍ଷତି ସହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ର, ନସ୍କଲ ପୁସ୍ତିକା ଜବତ ହୋଇଛି |

Leave a Reply

Your email address will not be published. Required fields are marked *