January 14, 2025

ଟ୍ରେନ୍‌ ଧକ୍କାରେ ୨ ମୃତ, ୩ ଗୁରୁତର

1 min read

ରାଉରକେଲା: ରେଳପଥ ଉପରେ ଫାଟକ ପଡ଼ିଥିବା ବେଳେ ଭୟ ନକରି ଅତିକ୍ରମ କରିବା ମହଙ୍ଗା ପଡ଼ିଛି। ରାଉରକେଲାର କଲୁଙ୍ଗାରେ ବନ୍ଦ ରେଳଫାଟକକୁ ଗଳି ପାରି କରୁଥିବାବେଳେ ମଙ୍ଗଳବାର ରାତିରେ ‌ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ରେଳବାଇ ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ଉଭୟ ମୃତକ ଓ ଗୁରୁତରମାନେ ସ୍ଥାନୀୟ କଲୁଙ୍ଗା ଅଞ୍ଚଳର ବୋଲି ଜଣାପଡିଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି