July 27, 2024

ଶ୍ରୀ ଶ୍ରୀ ଚନ୍ଦ୍ରପାଳ ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସମ୍ପର୍ଣ

1 min read

ଯାଜପୁର : ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡିହପାଳ ଓ ମିତ୍ରସେନପୁର ଗ୍ରାମରେ ଶ୍ରୀ ଶ୍ରୀ ଚନ୍ଦ୍ରପାଳ ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିବସରେ ଏକ ବିରାଟ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ୧୩୦ ଗୋଟି କଳସୀରେ ମହିଳା ଓ ପୁରୁଷମାନଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିଲା । ରୀତିନୀତି ଅନୁଯାୟୀ ଶ୍ରୀ ଶ୍ରୀ ମହାଦେବଙ୍କ ପୂଜାର୍ଚ୍ଚନା ହୋମଯଜ୍ଞ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଦ୍ୱିତୀୟ ଦିବସରେ ଭଜନ ସନ୍ଧ୍ୟା ଗୌତମ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିବସରେ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା । ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପଣ୍ଡିତ ସୁଧାକର ଷଢଙ୍ଗୀ ତାଙ୍କର ପୁତ୍ର ଗୋବିନ୍ଦ ଷଢଙ୍ଗୀ (ଆଳି) ଆଠ ଜଣ ସହଯୋଗୀ ଏବଂ ବୂଟା ନନ୍ଦଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । କର୍ତ୍ତା ଲଲାଟ କିଶୋର ଭଞ୍ଜ ଏବଂ କର୍ତ୍ତୀ ମଞ୍ଜୁଶ୍ରୀ ଭଞ୍ଜଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯଯାତୀ କିଶୋର ଭଞ୍ଜ, ହେମନ୍ତ କୁମାର ଭଞ୍ଜ (ନାନୁ) ଅନିରୁଦ୍ଧ ବେହୁରା, ଘନଶ୍ୟାମ ବେହୁରା, ମଦନ ଧଳ, ପ୍ରଶାନ୍ତ ଜେନା, ଉତ୍ତମ ଜେନା, ଧର୍ମପଦ ଜେନା, ରାଜକିଶୋର ଜେନା, ଚିନ୍ମୟ ଭଞ୍ଜ – ପ୍ରଜ୍ଞା, ପ୍ରୀତିମୟ -ମଧୁସ୍ମିତା, ମିନାଲମୟୁରୀ, ମୟଙ୍କ, ମାନବ ଓ ଶ୍ରୀ ଶ୍ରୀ ଚନ୍ଦ୍ରପାଳ ଟେମ୍ପୁଲ ଚାରିଟେବୁଲ ଟ୍ରଷ୍ଟ ଡିହପାଳ ଓ ମିତ୍ରସେନପୁର ଗ୍ରାମବାସୀ ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ଶ୍ରୀ ଶ୍ରୀ ଚନ୍ଦ୍ରପାଳ ମହାଦେବ ମନ୍ଦିରର ପୂଜକ ଭାବେ ଗୁରୁଚରଣ ପାଣିଗ୍ରାହୀଙ୍କୁ ଦାୟିତ୍ୱ ସମ୍ପନ୍ନ କରାଗଲା । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଭକ୍ତମାନଙ୍କ ପାଇଁ ତିନି ଦିନ ଧରି ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *