‘ଓଡ଼ିଶାସ୍କିଲ୍ସ ୨୦୨୬–୨୭’ ପ୍ରତିଯୋଗିତାର ପଞ୍ଜୀକରଣ
1 min read
ଭୁବନେଶ୍ୱର: ନିଜ ଦକ୍ଷତାକୁ ନୂଆ ପରିଚୟ ଦେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଯୁବପ୍ରତିଭାଙ୍କ ସୁବର୍ଣ୍ଣ ସୁଯୋଗ। ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତାକୁ ଏକ ବଡ଼ ମଞ୍ଚ ଦେବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶାସ୍କିଲ୍ସ ୨୦୨୬–୨୭’ ପ୍ରତିଯୋଗିତାର ପଞ୍ଜୀକରଣ ଚାଲିଛି। ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ରହିଛି।
ଆଇଟିଆଇ, ପଲିଟେକ୍ନିକ୍, ଡିପ୍ଲୋମା ଓ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଇଞ୍ଜିନିୟରିଂ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପାରମ୍ପରିକ ଓ ଶିଳ୍ପଭିତ୍ତିକ ଦକ୍ଷତା କ୍ଷେତ୍ରର ଯୋଗ୍ୟ ପ୍ରାର୍ଥୀମାନେ ଏଥିରେ ଭାଗ ନେଇପାରିବେ। ଏଥିପାଇଁ ବୟସ ସୀମା ୧୬ରୁ ୨୩ ବର୍ଷ ରହିଛି।


