May 13, 2025

ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା

1 min read

ଭୁବନେଶ୍ୱର: ରାଜ୍ୟରେ ଗତ ୬ ଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ପୂର୍ବାହ୍ନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ତାପମାତ୍ରା ୩୭.୮ ଡିଗ୍ରୀରେ ପହଞ୍ଚିଛି। ସେହିପରି ହୀରାକୁଦରେ ୩୭ ଏବଂ ସମ୍ବଲପୁରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷେ ୧୯ ତାରିଖ ଯାଏ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ରାଜ୍ୟରେ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ ରହିଛି। ଏନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଏବଂ ବୌଦ୍ଧ ଜିଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ହିଟୱେଭକୁ ନେଇ ଅନୁଗୋଳ, ବଲାଙ୍ଗୀର, ସୁନ୍ଦରଗଡ଼ରେ ଅରେଞ୍ଜ ୱାର୍ନିଂ ସହ ମୟୂରଭଞ୍ଜ, କେନ୍ଦୁଝର ଢେଙ୍କାନାଳ ଓ ଗଜପତି ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ ।