April 30, 2026

ପଶ୍ଚିମବଙ୍ଗ ନିର୍ବାଚନ: ଶେଷ ପର୍ଯ୍ୟାୟରେ ୯୨.୨୫% ମତଦାନ

1 min read

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରି ବୁଧବାର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମଧ୍ୟ ପ୍ରବଳ ମତଦାନ ହୋଇଛି। ରାତି ୯ଟା ସୁଦ୍ଧା ସାତଟି ଜିଲ୍ଲାର ୧୪୨ଟି ଆସନରେ ୯୨.୨୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା, ଯାହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୫୨ଟି ଆସନରେ ରେକର୍ଡ ୯୩.୧୯ ପ୍ରତିଶତ ଭୋଟର ମତଦାନ ହୋଇଥିଲା, ଯାହା ଦେଶର ସର୍ବାଧିକ।