July 13, 2026

ଭିଜିଲାନ୍‌ସ ବିଭାଗ ପ୍ରାୟ ୫କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି

1 min read

କୋଇଡା: କରିଥିବା କର୍ମର ଫଳ ଭୋଗ କରିବାକୁ ପଡ଼େ, ଏହି କଥା କୋଇଡ଼ା ଖଣି ଅଞ୍ଚଳର ପୂର୍ବତନ ରେଞ୍ଜନ ପ୍ରସନ୍ନ କୁମାର ପ୍ରଧାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ନିଜ କାର୍ଯ୍ୟକାଳ ମଧ୍ୟରେ କରିଥିବା ଏକାଧିକ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ଆରମ୍ଭ ହୋଇଛି।

ସୂଚନାନୁସାରେ, ଜୁନ୍‌ ୩୦ରେ ପ୍ରସନ୍ନ କୁମାର ପ୍ରଧାନ ଅବସର ନେଇଥିଲେ। କାର୍ଯ୍ୟକାଳ ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତର ଖୋଳତାଡ଼ରେ ଭିଜିଲାନ୍‌ସ ବିଭାଗ ପ୍ରାୟ ୫କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଧରାପଡ଼ିଥିଲା। ଏହାପରେ ରାଉରକେଲା ଭିଜିଲାନ୍‌ସ ପକ୍ଷରୁ ପ୍ରସନ୍ନଙ୍କ ଏକାଧିକ ବାସଗୃହ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି। ଏହି ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଜବତ ହୋଇଥିବା ଜଣାଯାଇଛି। ଚଢ଼ାଉ ଜାରି ରହିଥିବାରୁ ଭିଜିଲାନ୍‌ସ ବିଭାଗ ପକ୍ଷରୁ ସବିଶେଷ ବିବରଣୀ ପ୍ରଦାନ କରାଯାଇନାହିଁ।