February 11, 2025

ମୁହାଁମୁହିଁ ହେବେ ସ୍ୱାମୀ ଓ ସ୍ତ୍ରୀ 

1 min read

ପିପିଲି: ଓଡ଼ିଶା ରାଜନିତୀର ହଟସ୍ପଟ୍ ସିଟ ପିପିଲି । ଚଳିତ ନିର୍ବାଚନରେ ଆହୁରି ହେବାକୁ ଯାଉଛି ରୋଚକ । ମୁହାଁମୁହିଁ ହେବେ ସ୍ୱାମୀ ଓ ସ୍ତ୍ରୀ । ବର୍ଷିୟାନ ରାଜନେତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଫ୍ୟାମିଲିରେ ହେବାକୁ ଯାଉଛି ଡ୍ରାମା । ବିଧାୟକ ଥିବା ସମୟରେ ତାଙ୍କ ଦେହାନ୍ତ ପରେ ଅନୁଷ୍ଠିତ ଉପ ନିର୍ବାଚନରେ ବି ପରିବାରରେ ବି ଦେଖାଦେଇଥିଲା ଇଲେକ୍ସନ ଲଢିବାକୁ ନେଇ ଦ୍ୱନ୍ଦ ! ଏବେ କିନ୍ତୁ ଦାଣ୍ଡରେ ପଡି ହାଟରେ ଗଡିଲାଣି ପରିବାର କଳି । ମହାରଥୀଙ୍କ ପୁଅ ତଥା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶାସକ ବିଜେଡିରୁ ୨୪ ନିର୍ବାଚନରେ ଟିକେଟ ପାଇ ନାମାଙ୍କମ ଭରି ଥିବାବେଳେ ସ୍ତ୍ରୀ ତଥା ମହାରଥୀଙ୍କ ବୋହୂ ଜାଗୃତି ପଣ୍ଡାଙ୍କର ରାଜନିତୀକ ଇଛା ଥିବା ସ୍ୱତେ ତାଙ୍କୁ କିଛି ବି ଦଳରୁ ଟିକେଟ ମିଳିନଥିଲା ।

ଯାହାପାଇଁ କୁହାଯାଉଛି ସେ ନିରାଶ ହେବା ପରେ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । ଯାହାକୁ ନେଇ ଏବେ ପିପିଲି ନିର୍ବାଚନ ମଣ୍ଡଳୀରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଦୀପ ଥିବା ତକ ପରିବାରରେ ସବୁ ଠିକ୍ଠାକ ଚାଲୁଥିଲା । ତାଙ୍କ ବିୟୋଗ ପରେ ଏବେ ପରିବାରରେ ଆଉ ନାହିଁ କି ଏକତା ? କାହିଁକି ଭରିଲେ ସ୍ତ୍ରୀ ନାମାଙ୍କନ? କ’ଣ ରହିଛି କାରଣ । ତାଙ୍କୁ ଟିକେଟ ମିଳିବାରୁ ଜାଗୃତି ଥିଲେ କି ନାରାଜ ? ଯାହା ପାଇଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ମହାରଥୀ ପିପିଲିରେ ଯାହିର କରିଆସୁଥିବା ଦବଦବାରେ ଏବେ କ’ଣ ପଡିଯିବ କି ପୂର୍ଣ୍ଣଛେଦ? ନିଜର ବୁଦ୍ଧିମତରେ ମତଦାତାଙ୍କୁ ଏକତ୍ରୀତ କରି ରଖିଥିବା ଭୋଟରଙ୍କର ହେବ କ’ଣ ? ପ୍ରତିଦ୍ୱନ୍ଦୀଙ୍କ ସହ ଲଢିଆସୁଥିବା ପରିବାର କ’ଣ ଏବେ ନିଜ ନିଜ ଭିତରେ କରିବେ କି ଫାଇଟ । ଯାହାର ଫାଇଦା ନେବେ କି ବିରୋଧୀ ? ଏଠି ପ୍ରଶ୍ନ ଉଠୁଛି କାହଁକି ପରିବାରରେ ଏ ଫାଟ ? ଯଦି ଘର ନାହିଁ ଏକାଠୀ ତେବେ ଭୋଟର କରିବେ କ’ଣ ?

Leave a Reply

Your email address will not be published. Required fields are marked *