July 27, 2024

ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ

1 min read

ରାୟପୁର: ଆଜି ସକାଳେ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ତାଡମେଟଲା ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି | ଏହି ଦୁଇ ଜଣ ନକ୍ସଲଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଥିବାବେଳେ ଏମାନଙ୍କୁ ପୁଲିସ ବହୁତ ଦିନ ଧରି ଖୋଜୁଥିଲା | ଏହା ବ୍ୟତୀତ ଘଟଣାସ୍ଥଳରୁ ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ନିହତ ହୋଇଥିବା ଉଭୟ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବ ବୋଲି ଜଣା ପଡିଛି। ଉଭୟ ନକ୍ସଲମାନଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ପୁଲିସ ସେମାନଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା।

ସୁକମା ଜିଲ୍ଲାର ଏସପି କିରଣ ଚୌହାନ କହିଛନ୍ତି ଯେ ତାଡମେଟଲା ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଥିବାର ଗୁଇନ୍ଦା ସୂଚନା ମିଳିଥିଲା | ଆଉ ଏହା ପରେ ଡିଆରଜି ଓ ସିଆରପିଏଫ ଯବାନମାନେ ଏହି ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ | ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ | ଏହାର ପ୍ରତିଜଵାବରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ | ଯେଉଁଥିରେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଥିଲେ | ତେବେ ଅନ୍ୟ ନକ୍ସଲମାନେ ସେହି ସ୍ଥାନ ଛାଡି ପଳାଇଥିଲେ | ଏସପିଙ୍କ ସୂଚନା ମୁତାବକ ଏହି ଦୁଇ ନକ୍ସଲଙ୍କୁ ପୁଲିସ ଅନେକ ଦିନ ଧରି ଖୋଜୁଥିଲା | ଉଭୟ ନିହତ ନକ୍ସଲମାନେ ଜିଲ୍ଲାରେ ଘଟିଥିବା ଅନେକ ପ୍ରମୁଖ ମାଓ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ। ବିଶେଷ କରି ଜଣେ ସରପଂଚ, ଶିକ୍ଷକ ସହ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଏମାନେ ହତ୍ୟା କରିଥିଲେ | ଏସପି କହିଛନ୍ତି ଯେ ଏହି ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି |

Leave a Reply

Your email address will not be published. Required fields are marked *