July 27, 2024

ଭତ୍ତା ଟଙ୍କା ପାଇଁ ମା’ କୁ ମାଡ଼, ଘରେ ପଡିଲା ତାଲା

1 min read

ଦେବକୀ ରାଉତ ଆସିକା ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି

ଆସିକା: ଆସିକା ବ୍ଲକ କୋଟିନଡ଼ା ଥାନା ଅନ୍ତର୍ଗତ ପଢାଳ ବଡ ସାହି ରେ ଭତ୍ତା ଟଙ୍କା ପାଇଁ ମା କୁ ମାଡ଼ ମାରି ଘରେ ତାଲା ପକାଇଲା ପୁଅ l ଘରର ଝିଅ ମାନେ ମା କୁ ଉକ୍ତ ଘରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି କରିଛନ୍ତି l

ପ୍ରକାଶ ଥାଉକି ଆସିକା ବ୍ଲକ ପଢାଳ ବଡ଼ସାହିର କାଳୁ ଚାରଣ ରାଉତଙ୍କ ପତ୍ନୀ ଦେବକୀ ରାଉତ ବୟସ ୮୧ ଙ୍କୁ ତାଙ୍କ ସାନ ପୁଅ ପ୍ରମୋଦ ରାଉତ ୫୧ ଭତ୍ତା ଟଙ୍କା କୁ ନେଇ ନିଜ ମା କୁ ଗତକାଲି ସନ୍ଧ୍ୟା ସମୟରେ ଏକ ଠେଙ୍ଗା ରେ ନିସ୍ତୁକ ମାଡ଼ ମାରି ମା ଦେବକୀଙ୍କୁ ନିଜ ଘରେ ଛାଡି ଘରୁ ବାହାରକୁ ପଳାଇଯାଇଥିଲେ l ରାତିସାରା ବୃଦ୍ଧ ବାପା ମା ଅଖିଆ ପିଆ ଘରେ ପଡି ରହିଥିଲେ ସକାଳୁ ତାଙ୍କ ଝିଅ ଆସି ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଆଣି ଥିଲେ l

ପୁଅର ନିସ୍ତୁକ ମାଡ଼ରେ ମା ଦେବକୀ ଙ୍କ ଅଣ୍ଟା, ହାତ, ପିଠି, ଗୋଡ଼ରେ ଆଘାତ ଲାଗିଛି l ଦେବେକିଙ୍କ ବଡ଼ ପୁଅ ରଞ୍ଜନ ରାଉତ ଆମ ଆଦମୀ ପାର୍ଟି ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି l ନିଜ ବୃଦ୍ଧ ପିତା ମାତା ଙ୍କୁ ଏହିପରି ଅଧିକାଂଶ ସମୟରେ ପ୍ରମୋଦ ବାଡା ମାରା କରୁଥିବା କଥା ଦେବେକିଙ୍କ ଝିଅ ମାନେ ପ୍ରକାଶ କରିଛନ୍ତି l ଏହି ପରି ନିର୍ଦୟୀ ପୁଅକୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ମା ଦେବକି କହିଛନ୍ତି l

Leave a Reply

Your email address will not be published. Required fields are marked *