May 4, 2026

ଏଥର ପଶ୍ଚିମବଙ୍ଗରେ ଦେଖାଯିବ ମୋଦୀଙ୍କ ମ୍ୟାଜିକ୍

1 min read

କଲକାତା : ଏଥର ପଶ୍ଚିମବଙ୍ଗରେ ଦେଖାଯିବ ମୋଦୀଙ୍କ ମ୍ୟାଜିକ୍। ଏଠାରେ ମୋଟ ୨୯୩ ଆସନରୁ ୨୯୩ ଆସନ ମଧ୍ୟରେ ବିଜେପି ୧୯୪, ଟିଏମସି ୯୬ ଓ ଅନ୍ୟାନ୍ୟ ୦୩। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଉଭୟ ନିର୍ବାଚନ ଲଢ଼େଇରେ ସେମାନଙ୍କର ସମସ୍ତ ଶକ୍ତି ପ୍ରଦର୍ଶନ କରିବା ସହ ଦେଖାଯାଇଥିଲା କଡା ଟକ୍କର। ଭୋଟ୍ ପରେ, ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଫଳାଫଳକୁ। ମମତା ଦିଦିଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ଗଡ଼ ଏଥର ଭାଙ୍ଗିଥିବା ବେଳେ ବିଜେପି ଏକ ଐତିହାସିକ ବିଜୟ ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗଠନ କରିବ।
ବିଜେପି ବିପୁଳ ବିଜୟ ହାସଲ କରିଥିବା ବେଳେ ଟିଏମସି ଗଡ଼ ଏଥର ଭାଙ୍ଗିଛି। ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ଶେଷରେ ବାଜି ମାରିଛି ବିଜେପି। ସାରା ଦେଶର ନଜର ଏଥର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିବା ବେଳେ ବିଜେପିର ବିପୁଳ ବିଜୟ ଦେଖାଯାଇଛି।