୨୪ ଘଣ୍ଟା ମଧ୍ୟରେ ଆମେରିକାରେ ତୃତୀୟ ଆକ୍ରମଣ
1 min read
ଆମେରିକାରେ ପୁଣି ଥରେ ଆକ୍ରମଣ ହୋଇଛି। ନ୍ୟୁୟର୍କର ଏକ ନାଇଟ୍ କ୍ଲବ୍ରେ ଗଣ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାଦ୍ବାରା ଏବେ ଭିତରେ ୧୧ ଜଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।
ୱାଶିଂଟନ: ଆମେରିକାରେ ପୁଣି ଥରେ ଆକ୍ରମଣ ହୋଇଛି। ନ୍ୟୁୟର୍କର ଏକ ନାଇଟ୍ କ୍ଲବ୍ରେ ଗଣ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାଦ୍ବାରା ଏବେ ଭିତରେ ୧୧ ଜଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।
ଏହି ଘଟଣା ନ୍ୟୁୟର୍କର କୁଇନ୍ସ ସହରର ଅମାଚୁରି ନାଇଟ୍ କ୍ଲବ୍ରେ ଘଟିଛି। ଏହାପୂର୍ବରୁ ନ୍ୟୁ ଅର୍ଲିନ୍ସରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅନେକ ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ୧୫ ଜଣ ଲୋକ ଆହତ ହୋଇଥିଲେ। ଏହାର କିଛି ଘଣ୍ଟା ପରେ ଲସ୍ ବେଗାସ୍ର ଟ୍ରମ୍ପ୍ ଇଣ୍ଟର୍ନେସ୍ନାଲ୍ ହୋଟେଲ୍ର ଠିକ୍ ବାହାରେ ଟେସ୍ଲାର ସାଇବର୍ଟ୍ରକ୍ ଉପରେ ଆକ୍ରଣମ ହୋଇଥିଲା। ଏହି ଦୁଇ ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ହିଁ ତୃତୀୟ ଆକ୍ରମଣ ଘଟିଛି।