ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ କଲକି ୨୮୯୮ଏଡିର ଟ୍ରେଲର
1 min read
ମୁମ୍ବାଇ: ସିନେମା ‘ବାହୁବଳୀ’ ଜରିଆରେ ପ୍ରଭାସ ଏକ ବଡ଼ ସଫଳତା ପାଇଥିଲେ। ଏହା ପରେ ପରେ ରିଲିଜ୍ ହୋଇଥିବା ତାଙ୍କର କିଛି ସିନେମା ଫ୍ଲପ ହେବା ପରେ ଫିଲ୍ମ ସାଲାର ପୁଣି ତାଙ୍କୁ ବକ୍ସ ଅଫିସ କିଙ୍ଗ କରିଥିଲା। ଏବେ ଅଭିନେତା କିଛି ଦିନ ହେବ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କଲକି ୨୮୯୮ଏଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇବାକୁ ନିର୍ମାତା ଏବେ ଫିଲ୍ମର ଟ୍ରେଲର ରିଲିଜ୍ କରିବାକୁ ଯାଉଛନ୍ତି।
ଇନଷ୍ଟାରେ ଏକ ପୋଷ୍ଟ କରି ଟ୍ରେଲର ରିଲିଜ୍ ତାରିଖ ଜଣାଇଛନ୍ତି ନିର୍ମାତା। ପ୍ରଥମେ ଜୁନ୍ ୭ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଥିବା ବେଳେ ଏବେ ନିର୍ମାତା ରିଲିଜ୍ ତାରିଖ ନିର୍ମାତା ବଦଳାଇଛନ୍ତି। ନୂତନ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଜୁନ୍ ୧୦ରେ ରିଲିଜ୍ ହେବ। ନିର୍ମାତା ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ପାହାଡ ଉପରେ ଠିଆ ହୋଇ କୌଣସି ସ୍ଥାନକୁ ଚାହିଁଥିବାର ଦେଖାଯାଉଛି। ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି- ‘ନୂଆ ଦୁନିଆ ଅପେକ୍ଷା କରିଛି। କଲକି ୨୮୯୮ଏଡିର ଟ୍ରେଲର ଜୁନ୍ ୧୦ରେ ମୁକ୍ତିଲାଭ କରିବ। ଟ୍ରେଲର ରିଲିଜ୍ ଘୋଷଣାକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି। ସେ ଏହି ପୋଷ୍ଟରେ କମେଣ୍ଟ ଦେଇ ଖୁସି ବ୍ୟକ୍ତ କରୁଛନ୍ତି।