July 27, 2024

ନିର୍ବାଚନ ଜିତିଲେ ଓଲିଉଡ୍‌ର ନାୟକ ସିଦ୍ଧାନ୍ତ

1 min read

ଭୁବନେଶ୍ବର: ଓଡ଼ିଆ ସିନେଦୁନିଆରେ ଏକଦା ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନ ମୋହୁଥିବା ସୁପରିହିଟ ‌ସିଦ୍ଧାନ୍ତ ମହାପାତ୍ର ନିର୍ବାଚନରେ ବିଜୟୀ ହୋଇଛନ୍ତି । ସିଦ୍ଧାନ୍ତ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି |ଅଭିନୟରେ ସଫଳତା ପରେ ରାଜନୀତିକୁ ଓହ୍ଲାଇଥିଲେ, ଯାହାକି ଚର୍ଚ୍ଚାର ପରିସରରେ ଥିଲା। ପ୍ରଥମେ ସିଦ୍ଧାନ୍ତ ୨୦୦୯ରେ ରାଜନୀତିରେ ପାଦ ଦେଇ ବିଜେଡିରେ ଯୋଗ ଦେଇଥିଲେ।


ବିଜେଡିରେ ଯୋଗ ଦେବା ପରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଜିତି ବିଜେଡିରୁ ସାଂସଦ ହୋଇଥିଲେ । ଦୁଇ ଦୁଇ ଥର ସାଂସଦ ହେବା ପରେ ଗତ ନିର୍ବାଚନରେ ଟିକେଟ୍‌ ପାଇନଥିଲେ। ପରବର୍ତ୍ତୀ ସମୟରେ ୨୦୨୪ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ସେ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରୁ ସିଦ୍ଧାନ୍ତ ଆଜି ବିଜୟୀ ହୋଇଛନ୍ତି।


ଚଳିତ ଲୋକସଭା ନିର୍ବାଚନ-୨୦୨୪ରେ ସିଦ୍ଧାନ୍ତଙ୍କ ବିଜୟ ପରେ ତାଙ୍କ ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *