July 27, 2024

୫ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ବାଘ

1 min read

ବାରିପଦା : ବାରିପଦା ସହରରେ ଚାଞ୍ଚଲ୍ୟ | ସହର ଭିତରକୁ ପଶି ଆସିଛି ଏକ କଲରା ପତ୍ରିଆ ବାଘ | ବାଘଟି ଭଂଜପୁର ସ୍ଥିତ ବୁଢ଼ିଖମାରୀଠାରେ ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା ପାଇଁ ଜାଲ ଓ ଯନ୍ତା ଖଞ୍ଜା ଯାଇଛି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ଖାଦ୍ୟ ଅନ୍ୱେଷଣରେ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି | ଶେଷରେ ବନ ବିଭାଗ ତରଫରୁ ବାଘଟିକୁ ଟ୍ରାଙ୍କୁଲାଇଜ କରିଥିବା ସୂଚନା ମିଳିଛି |

ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡ଼ିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ। ବାଘଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାଘକୁ କାବୁ କରିବା ପାଇଁ ଉଦ୍ଧାରକାରୀ ଦଳ ସହିତ ଟ୍ରାଙ୍କୁଲାଇଜର ଟିମ୍‌‌ ମଧ୍ୟ ପହଞ୍ଚିଛନ୍ତି। ଏହା ସହିତ ସ୍ଥାନୀୟ ଡିଏଫଓ ମଧ୍ୟ ଖବର ପାଇ ଘଟଣାସ୍ଥଳକୁ ଯାଇଛନ୍ତି। ବାଘ ପିଞ୍ଜରା ଗାଡ଼ି, ଜାଲ ଓ ଟ୍ରାଙ୍କୁଲାଇଜର ଧରି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରୁଛନ୍ତ। ତେବେ ଶକ୍ତି ଅଟାକଳ ଗୋଦାମ ଘରେ ବାଘଟି ଥିବା ସନ୍ଦେହ କରି ଚାରିପଟେ ଜାଲ ଘେରି ଧରିବାକୁ ଯୋଜନା ଚଳାଇଛନ୍ତି। ବାଘକୁ କିପରି ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ସହିତ ତା’କୁ ଜଙ୍ଗଲରେ ଛଡ଼ାଯିବ ସେ ନେଇ ଅଧିକାରୀମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ବାଘଟି କାହାର କୌଣସି କ୍ଷତି କରି ନ ଥିବା ସୂଚନା ମିଳିଛି।

ସୂଚନାନୁସାରେ,ଗତ ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା। ବନବିଭାଗ ତାକୁ କାବୁ କରିପାରି ନ ଥିଲା। ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲା। ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *