January 15, 2026

ଆସୁଛି ବାତ୍ୟା ମୋନ୍ଥା

1 min read

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ ଦ୍ୱାରା ସତର୍କ କରାଯାଇଛି। ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି।

ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲାପାଳମାନେ ଉପସ୍ଥିତ ଅଛନ୍ତି।