July 27, 2024

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦଲ୍ଲିୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀ ଜନ୍ମଭୂମି ମନ୍ଦିରକୁ ଉତ୍ସର୍ଗ କରାଯାଇଥିବା ଛଅଟି ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏଥିସହ ଶ୍ରୀ ମୋଦି ପ୍ରଭୁ ରାମଙ୍କ ଉପରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପୂର୍ବରୁ ଉନ୍ମୋଚିତ ଡାକ ଟିକେଟ୍‌ ଉପରେ ଆଧାରିତ ଏକ ଆଲବମ୍‌କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭାରତ ଓ ଭାରତ ବାହାରେ ରହୁଥିବା ସମସ୍ତ ରାମ ଭକ୍ତ ମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଜାଣନ୍ତି ଏହି ଡାକଟକିଟ ଗୁଡିକୁ ଲଫାପାରେ ଲଗାଯାଇ ଚିଠିପତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାଗଜପତ୍ର ପଠାଇବା ପାଇଁ ବ୍ୟବହାର କରାଯାଏ। ତାହା ଆଉ ଏକ ଉଦେଶ୍ୟ ମଧ୍ୟ ସାଧନକରିଥାଏ ।

ଡାକ ଟିକେଟ୍‌ ଭବିଷ୍ୟତ ପିଢି ନି ଇତିହାସର ମାଧ୍ୟମ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଆପଣ ଯେତେବେଳେ କାହାକୁ ଚିଠି ବା ଜିନିଷପତ୍ର ଡାକ ଟିକେଟ୍‌ ଲଗାଇ ପଠାଉଛନ୍ତି ତାଙ୍କୁ ଆପଣ ଇତିହାସର ଏକ ବସ୍ତୁ ଏକ ପତ୍ର ପଠାଉଛନ୍ତି। ଏହି କାଗଜ ଗୁଡିକୁ କେବଳ ଛୋଟ କାଗଜ ଟୁକୁଡା ନୁହେଁ ବରଂ ଇତିହାସ ର ପୁସ୍ତକ କଳାକୃତି ବା ଏତିହାସିକ ସ୍ଥାନ ର ଆକୃତି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହର୍ଷିବାଲ୍ମୀକୀ ଭଗବାନ ନିକଟରେ ପାର୍ଥନା ଆଜି ମଧ୍ୟ ଅମର ହୋଇରହିଛି ।

ସେ କହିଛନ୍ତି
ଯାବତ୍ ସ୍ଥାସୟନ୍ତିର୍ୟଃ ସେିତଶ୍ଚ ମହୀତରେ,
ତାବତ୍ ରାମାୟଣ କଥା,
ଲୋକେଶୁ ପ୍ରଚରିଶ୍ୟତି
ଏହାର ଅର୍ଥ ହେଲା ଯେ ପର୍ଯ୍ୟନ୍ତ ପାହାଡ ପର୍ବତ ଓ ନଦି ପୃଥିବୀରେ ରହିଥିବ, ସେପର୍ଯ୍ୟନ୍ତ ପ୍ରଭୁରାମଙ୍କ
ବ୍ୟକ୍ତିତ୍ୱ ଜନମାନସରେ ରହିଥିବ ।

Leave a Reply

Your email address will not be published. Required fields are marked *