July 18, 2026

ଜନ୍ମବେଦୀରେ ଲୀଳା କରୁଛନ୍ତି ମହାପ୍ରଭୁ

1 min read

ପୁରୀ : ଜନ୍ମବେଦୀରେ ଲୀଳା କରୁଛନ୍ତି ମହାପ୍ରଭୁ। ଶନିବାର ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପ ବିଜେ କରିବେ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର, କାଳିଆ ସାଆନ୍ତେଙ୍କ ସହ ଭଉଣୀ ସୁଭଦ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରତ୍ନପଲଙ୍କ ଆସିଛି। ରଥାରୁଢ ଦାରୁଦିଅଁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖାଯାଇଛି। ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇଛନ୍ତିି।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ତିନି ରଥ ବିରାଜମାନ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଉଛି। ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି। ରଥ ଚାରିପାଖରେ ଲୁହା ବ୍ୟାରିକେଡ କରାଯାଇଛି। ସିସିଟିଭି ସହ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।