September 15, 2026

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

1 min read

ଭଞ୍ଜନଗର,୧।୯: ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ବିଚରାଧୀନବନ୍ଦୀମାନଙ୍କୁ ମଙ୍ଗଳବାର ପଚାରି ବୁଝିଥିଲେ l

ଖାଦ୍ୟ ସମ୍ବନ୍ଧରେ କୌଣସି ଆପତ୍ତି ଅଭିଯୋଗ ନ ଥିଲା। ମହିଳା ବିଚାଧୀନବନ୍ଦୀ ମାନଙ୍କପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୌଣସି ମହିଳା ଡାକ୍ତର ନିୟମିତ ଆସୁନାହାନ୍ତି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଘଟିଛି। ଯଥାସମ୍ଭବ ଏ ଅଭାବ ପୂରଣ କରିବା ପାଇଁ ପରିଦର୍ଶକମାନେ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ। ଜେଲ ପରିସର ପରିଷ୍କାର ଥିଲେ ମଧ୍ୟ ପାଇଖାନାଗୁଡ଼ିକ ଅଧିକ ଭାବରେ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ପରିଦର୍ଶକମାନେ ମତ ପୋଷଣ କରିଥିଲେ।

ସରକାରଙ୍କ ନିୟମ ଅନୁଯାୟୀ, ଯେତିକି କର୍ମଚାରୀ ରହିବା କଥା ସେତିକି କର୍ମଚାରୀ ଏଠାରେ ନାହାନ୍ତି l ଅନେକ ଦିନ ହେଲାଣି ଏ ଅଭାବ ଅନୁଭୂତ ହେଉଛି l ସଂପ୍ତୁକ୍ତ ଅଧିକାରୀଙ୍କୁ ଜଣାଇବାପାଇଁ ପରିଦର୍ଶକ ମାନେ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉ କି, ଏହି ପରିଦର୍ଶକ ମଣ୍ଡଳୀରେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ସମଜସେୀ ଗୀତାରାଣୀ ସୁବୁଦ୍ଧି ପ୍ରମୁଖ ରହିଛନ୍ତି l