September 23, 2026

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

1 min read

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା। ଗୁରୁବାର ମଧ୍ୟରାତ୍ରୀରେ ବାପଘର ଅଭିମୁଖେ ବାହାରିବେ ମା’। ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମପୁର ସହର। ଏପଟେ ସଜ୍ଜେଇ ହୋଇଛି ମା’ଙ୍କ ଅସ୍ଥାୟୀ ପୀଠ। ମା’ଙ୍କ ଅସ୍ଥାୟୀ ପୀଠକୁ ବିଭିନ୍ନ ପ୍ରକାରର ଫୁଲରେ ଆକର୍ଷଣୀୟ ଭାବେ ସଜ୍ଜା ହୋଇଛି।

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଏକ ମାସରୁ ଅଧିକ ସମୟ ଧରି ଆୟୋଜିତ ହୋଇଥାଏ। ମା’ ବୁଢ଼ୀ ଠାକୁରାଣୀ ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିଥାନ୍ତି। ଏହା ପରେ ପରାମ୍ପରା ଓ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥାଏ ମା’ଙ୍କ ଯାତ୍ରା। ଯାତ୍ରା ସମୟରେ ମା’ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ ଯାତ୍ରା ପ୍ରମୁଖ ଆକର୍ଷଣ ପାଲଟିଥାଏ।