January 17, 2025

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

1 min read

କଟକ: ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରା ମହୋତ୍ସବ-୨୦୨୪କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟଦୂର ଏବଂ ହାଇକମିଶନିରଙ୍କ ସମେତ ଅନ୍ୟ ଅଥିତିଗଣ ଯୋଗ ଦେଇଥିଲେ।

କଟକର ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ପିଠା ମହୋତ୍ସବର ଆୟୋଜନ କରାଯାଇଛି। ଏଠାରେ ଓଡ଼ିଆ ଘରର ପାରମ୍ପରିକ ପିଠା ପ୍ରଦର୍ଶିତ ହେବ। ଇଣ୍ଡୋନେସିଆ ଓ ବାଲିର କେତେକ ପିଠା ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହେବ। ଓରମାସ ପ୍ରଦର୍ଶନୀ ମଧ୍ୟରେ ଏହି ପିଠା ମହୋତ୍ସବ ସ୍ଥାନ ପାଇଛି। ପିଠା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଉପଲବ୍ଧ ରହିବ।