September 14, 2026

ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

1 min read

ରାଉରକେଲା: ସୁନ୍ଦରଗଡ଼ ଜିଲା ରଘୁନାଥପାଲି ଥାନା ଅଧୀନ ରାଉରକେଲା ସିଭିଲ ଟାଉନ୍‌ଶିପରେ ଥିବା ଏକ ବଡ଼ ଗ୍ରୋସରୀ ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଗ୍ରୋସରୀ ଦୋକାନ ମାଲିକ ଅଭିଯୋଗ କରିଛନ୍ତି।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ ଶଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି