January 21, 2025

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ

1 min read

ହୀରାକୁଦ : ହୀରାକୁଦ ନଦୀବନ୍ଧ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । କିଏ ଓ କେଉଁ କାରଣରୁ ଡ୍ରୋନ ଉଡାଇଛି ତାହା ଜଣାପଡିନାହିଁ । ହୀରାକୁଦ ଡ୍ୟାମର ଅପରେସନ ଗ୍ୟାଲେରୀ ଓ ଗେଟ ଖୋଲିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଡ୍ୟାମ ଉପର, ଡ୍ୟାମ ଉପରେ ଥିବା ରାସ୍ତା ଭିଜୁଆଲ ମଧ୍ୟ ଡ୍ରୋନରେ କଏଦ ହୋଇକି ରହିଛି ଏପରିକି ଡ୍ୟାମର ସବୁ ଆଙ୍ଗେଲରୁ ଭିଜୁଆଲ ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ମିଷ୍ଟର ଓଡିଆ ବ୍ଲଗର ନାମକ ଏକ ଆକାଉଣ୍ଟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଏହାର ଭିଜୁଆଲ ପୋଷ୍ଟ ହୋଇଛି ।

ହୀରାକୁଦରେ ଏଭଳି ଭିଡିଓ ଉତ୍ତୋଳନ ମନା ହୋଇଥିବାବେଳେ ଡ୍ରୋନ ଉଡ଼ିବା ଜଳଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଷିଦ୍ଧାଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ହୋଇଛି । କେବଳ ଡ୍ରୋନ ଉଡି ନାହିଁ ବରଂ ବାହାର ବ୍ୟକ୍ତି ବିଶେଷ ଅପରେସନ ଗ୍ୟାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ବି ଭାଇରାଲ ହେଉଛି । ଗେଟ୍ ଖୋଲିବା ସମୟରେ ଅଜଣା ବ୍ୟକ୍ତି କେମିତି ଅପରେସନ ଗ୍ୟାଲେରୀରେ ପଶିଲେ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *