April 21, 2025

ଆସିଲା ସାମ୍ବାଦିକା ମଧୁମିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ

1 min read

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଆସିଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ଟ୍ରେନ ଆଗକୁ ଡେଇଁବା ପରେ ସେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । ଏକାଧିକ କ୍ଷତ ଯୋଗୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ ମା’ଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଘରକୁ ମୁହଁରେ ଓଢ଼ଣା ବାନ୍ଧି ଘରକୁ ଯାଇଥିଲେ। ସେଠାରେ ମା’ଙ୍କୁ ଭେଟି ଫେରିବା ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ସୂଚନା ମିଳିଛି।

ପ୍ରକାଶ ଯେ, ମଧୁମିତା ୫ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। ହେଲେ କିଛି ଦିନ ତଳେ ସେ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏପରିକି ସେ ଥରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନିଆଯିବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଦ୍ୱିତୀୟ ଥର ଲାଗି ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *