ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
1 min read
ଭୁବନେଶ୍ୱର : ପୁଣି ଭୁବନେଶ୍ବରରେ ରେଳ ଅଘଟଣ । ମଞ୍ଚେଶ୍ୱର ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଅଘଟଣ ପରେ ୨ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯିବା ସହ ୬ଟି ଟ୍ରେନର ଯାତାୟତ ସମୟ ବି ବଦଳିଥିବା ଜଣାଯାଇଛି। ବାତିଲ ହୋଇଥିବା ଦୁଇ ଟ୍ରେନ୍ ହେଲା ପଲାସା-କଟକ ପାସେଞ୍ଜର ଓ କଟକ- ପୁରୀ ପାସେଞ୍ଜର ଟ୍ରେନ୍। ତେବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଥିବା ଏବଂ ଉଭୟ ଡାଉନ୍ ଓ ଅପ୍ ଲାଇନରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ,ରାତି ଗୋଟାଏ ୩୫ ମିନିଟରେ ମାଲବାହୀ ଟ୍ରେନର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ରେଲୱେ ତରଫରୁ ସୂଚନା ଦିଆଯାଇଛି । ଷ୍ଟେସନ ଲେବୁଲ କ୍ରସିଂରେ ଟ୍ରେନଟି ଲାଇନ୍ଚ୍ୟୁତ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିର ଟ୍ରାକର ମରାମତି କାର୍ଯ୍ୟ କରାଯାଇ ସକାଳ ୫ଟା୫ ସୁଦ୍ଧା ଡାଉନ୍ ଲାନ୍କୁ କ୍ଲିଅର କରାଯାଇଛି । ରେଲୱେ ସୂଚନା ଅନୁସାରେ ବର୍ତ୍ତମାନ ଉଭୟ ଡାଉନ ଓ ଅପ ଲାଇନରେ ଚଳାଚଳ ଆରମ୍ଭ ହୋଇଛି । ୨ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୬ଟି ଟ୍ରେନର ଯାତାୟାତ ସମୟ ପରିବର୍ତ୍ତନ କରାଯାଇଛି ।
ସେହିପରି ଗତ ୨୬ ତାରିଖରେ ବି ଏକ ମାଲବାହୀ ଟ୍ରେନ ଟ୍ରାକକୁ ଖସିଯାଇଥିଲା । ଭୁବନେଶ୍ୱର ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଫଳରେ ଡାଉନ ଲାଇନରେ ସାମୟିକ ଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।