May 7, 2026

ବେଙ୍ଗଲ ଉପରେ ରାଜ୍ କରିବାର ସ୍ବପ୍ନ ଧୂଳିସାତ୍

1 min read

ନୂଆଦିଲ୍ଲୀ: ଦିଦିଙ୍କର ପୁଣି ଥରେ ବେଙ୍ଗଲ ଉପରେ ରାଜ୍ କରିବାର ସ୍ବପ୍ନ ଧୂଳିସାତ୍ ହୋଇଛି। ବହୁମତ ହାସଲ କରି ଏବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି ବିଜେପି। ହେଲେ ବାଟର କଣ୍ଟା ସାଜିଛନ୍ତି ମମତା। ଶୋଚନୀୟ ଭାବେ ପରାସ୍ତ ହେବା ପରେ ବି ଗାଦି ଛାଡ଼ିବାକୁ ନାରାଜ ଦିଦି। ମୁଁ ପରାସ୍ତ ହୋଇନାହିଁ ବୋଲି କହି ଦିଦି ଇସ୍ତଫା ଦେଉନାହାନ୍ତି ସେ। ଅନ୍ୟପକ୍ଷରେ ବିଜେପି କାହାକୁ ବେଙ୍ଗଲର ସିଂହାସନ ଦେବ ସେନେଇ ଅଙ୍କ କଷୁଛି। କୁହାଯାଉଛି, ଦିଦିଙ୍କ ପରେ ବେଙ୍ଗଲରେ ପୁଣି ଜଣେ ମହିଳାଙ୍କ ରାଜ୍ ଚାଲିବ। ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନିଷ୍ପତ୍ତି ଦଳ ନେଇ ନଥିବା ବେଳେ ବିଜେପି ନେତ୍ରୀ ଅଗ୍ନିମିତ୍ରାଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।