October 27, 2024

୨ ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୃତ ୨ ଜଣ ଓଡ଼ିଆ ପୁଅଙ୍କର ମୃତଦହେ ଆଜି ଜନ୍ମମାଟିରେ ପହଞ୍ଚିିଛି। ଏମାନେ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଗାଁରେ ସନ୍ତୋଷ ଗୌଡ ଓ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ମହମ୍ମଦ ଜହୁର।

ଦୁଇ ଓଡ଼ିଆ ପୁଅଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିଲା ପରେ ଗ୍ରାମବାସୀଙ୍କ ସମେତ ବନ୍ଧୁପ୍ରିୟଜନ ଶେଷ ଦର୍ଶନ କରିଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶା ବିଧାନସଭାର ପ୍ରୋ‌-ଟେମ୍‌ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ମହମ୍ମଦ ଜହୁରଙ୍କ ବାସଭବନରେ ପହଞ୍ଚି ଶେଶ ଦର୍ଶନ କରିଛନ୍ତି। ମହମ୍ମଦଙ୍କ ପାର୍ଥୀବ ଶରୀର ତିଗିରିଆ ଛକ ଠାରୁ ଶୋଭାଯାତ୍ରା ବାହାରି ତାଙ୍କ ଗ୍ରାମ ପରିକ୍ରମା କରିବା ସହିତ ବାସଭବନରେ ମରଶରୀର ପହଞ୍ଚିଥିଲା

ସେହିପରି ସନ୍ତୋଷଙ୍କ ମୃତଦେହ ଯେତେବେଳେ ଗାଁରେ ପହଞ୍ଚିଲା, କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଓ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦଙ୍କ ସମେତ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା।

ଆଜି ଦୁଇ ମୃତକଙ୍କ ମୃତଦେହ କେରଳରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଗାଁ ଅଭିମୁଖେ ଯାତ୍ରା କରିଛି । ତେବେ ଭୁବନେଶ୍ୱରରେ ସେମାନଙ୍କ ମୃତଦେହ ଆସି ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଦଳୀୟ ନେତାମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି|

Leave a Reply

Your email address will not be published. Required fields are marked *