ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆଜି (ଗୁରୁବାର) ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛି
1 min read
ଭୁବନେଶ୍ବର: ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ଓ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କାର୍ଯ୍ୟକାରୀ ତ୍ବରାନ୍ବିତ କରିବା ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆଜି (ଗୁରୁବାର) ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛି।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଆଜି ବିଭାଗୀୟ ମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ଶିକ୍ଷକ ଓ ରାଜ୍ୟରେ ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଥିଲେ। ସ୍ମାରକପତ୍ର ସମ୍ପର୍କରେ ଶ୍ରୀମତି ମହାପାତ୍ର କହିଛନ୍ତି, ଏଥିରେ ମୂଳ ଗ୍ରେଡ୍ପେରେ ବୃଦ୍ଧି, ଠିକା ସମୟ ଚାକିରୀରେ ଗଣନା, ଏଲ୍ଭିଏ ରେ ଅଧିକ ପଦବୀ ସୃଷ୍ଟି, ଏସ୍ଆଇଆର୍ରେ ନିୟୋଜିତ ଶିକ୍ଷକଙ୍କୁ ସୁରକ୍ଷା ପ୍ରଦାନ, ସ୍ୱାସ୍ଥ୍ୟ ବୀମା ପ୍ରଦାନ, ପଦବୀ ସଂଖ୍ୟା ବୃଦ୍ଧି, ପ୍ରାଥମିକ ଶିକ୍ଷକ ଙ୍କୁ ଅଣଶିକ୍ଷାଦାନ ଓ ଛୁଟି ସମୟରେ କାର୍ଯ୍ୟରେ ନିୟୋଜନ ନକରିବା, ସମ୍ପତ୍ତି ତାଲିକା ଦାଖଲ କରି ନ ଥିବା ଶିକ୍ଷକମାନଙ୍କୁ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଏଣ୍ଟ୍ରି ନିମନ୍ତେ ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି।


