ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ
1 min read
ନୂଆଦିଲ୍ଲୀ: ଉଚ୍ଚଶିକ୍ଷା, ଗବେଷଣା ଏବଂ ପିଏଚ୍ଡି କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ‘QS ୱାର୍ଡ଼ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ ଏସିଆ-୨୦୨୭’ ତାଲିକା ପ୍ରକାଶ ପାଇଥିବାବେଳେ, ଏଥିରେ ଭାରତ ଏସିଆ ମହାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଗବେଷଣା ଏବଂ ଡକ୍ଟରେଟ୍ ଡିଗ୍ରୀଧାରୀ ଶିକ୍ଷକଙ୍କ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ତାଲିକାରେ ଭାରତୀୟ ବିଶ୍ୱବିଦ୍ୟାଳୟଙ୍କ ପ୍ରତିନିଧିତ୍ୱ
ଚଳିତ ବର୍ଷର ଏସିଆ ର୍ୟାଙ୍କିଙ୍ଗ୍ରେ ଭାରତର ମୋଟ ୩୨୫ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଗତବର୍ଷ ଏହି ତାଲିକାରେ ଭାରତର ୨୯୪ଟି ପ୍ରତିଷ୍ଠାନ ସାମିଲ ଥିବାବେଳେ ଚଳିତ ବର୍ଷ ଆଉ ୩୪ଟି ନୂତନ ପ୍ରତିଷ୍ଠାନ ଯୋଡ଼ି ହୋଇଛନ୍ତି। ଏହା ଦର୍ଶାଉଛି ଯେ ଭାରତରେ କ୍ରମଗତ ଭାବେ ଉଚ୍ଚଶିକ୍ଷାର ପରିସର ବ୍ୟାପକ ହେବାରେ ଲାଗିଛି।


