July 27, 2024

ହାଇକୋର୍ଟରେ ଗ୍ରୀଷ୍ମ କାଳୀନ ଅବକାଶ

1 min read

ଭୁବନେଶ୍ୱର : ଆସନ୍ତା କଲି ଠାରୁ ହାଇକୋର୍ଟରେ ଆରମ୍ଭ ହେଉଛି ଗ୍ରୀଷ୍ମ କାଳୀନ ଅବକାଶ | ମେ ୨୨ ରୁ ଜୁନ ୧୭ ତାରିଖ ଯାଏଁ ଅବକାଶ ରହିବ ଏବଂ ଜୁନ ୧୮ ରେ ଖୋଲିବ ହାଇକୋର୍ଟ | ତେବେ ଅବକାଶ ସମୟରେ ମେ,୨୩,୨୮,୩୦ ଓ ଜୁନ ୪,୬,୧୧ ଏବଂ ୧୨ ରେ ଅବକାଶ କାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି |
ଯେଉଁ ସବୁ ଜରୁରୀ ମାମଲାଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ ବା କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡିକ କାର୍ଯ୍ୟ ଦିବସର ଦିନ ୧୧ ଟା ରୁ ୧୨ ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ | ଜରୁରୀ ମାମଲା ଗୁଡିକର ଶୁଣାଣି ପାଇଁ ଅବକାଶ କାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି |

Leave a Reply

Your email address will not be published. Required fields are marked *