July 24, 2026

ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ

1 min read

ବଲାଙ୍ଗୀର,୨୪ା୭: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ବଲାଙ୍ଗୀର ଅବକାରୀ ଟିମ୍ ଶୁକ୍ରବାର ଜବତ କରିଛି । ଏହି ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ନବପ୍ରୀତ ସିଂ ଓ ବିହାରର ସଫନାମ୍ ସିଂ।

ଏକ ମକା ବୋଝେଇ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ବିହାର ଚାଲାଣ ହେଉଥିବା ସମ୍ପର୍କରେ ବଲାଙ୍ଗୀର ଅବକାରୀ ଟିମକୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଅବକାରୀ ଅଧୀକ୍ଷକ ଅନ୍ନପୂର୍ଣ୍ଣା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବକାରୀ ମୋବାଇଲ ଟିମ ସିନଖମନ ଜଙ୍ଗଲରେ ନାକାବନ୍ଦୀ କରିଥିଲେ । ଅବକାରୀ ଟିମ୍ ହାବୁଡ଼ରେ ପଡିବା ପରେ ଟ୍ରକ୍ ଛାଡି ଅଭିଯୁକ୍ତମାନେ ଫେରାର ମାରିବାକୁ ଉଦ୍ୟମ କରିଥିଲେ । ତେବେ ଅବକାରୀ ଟିମ୍ ଦୁଇ ଅଭିଯୁକ୍ତଙ୍କୁ କାବୁ କରିନେଇଛନ୍ତି