November 15, 2026

ଦ୍ରୁତଗାମୀ କାର୍‌ ଗଛରେ ପିଟି ହେ‌ଲା, ୪ ଯୁବକ ମୃତ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଛଟ୍‌ ପର୍ବର ଖୁସି ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ନଗରା-ବେଲ୍ଥରାରୋଡ୍‌ ରାସ୍ତାର ନିଛୁୱାଡିହ ନିକଟରେ ଏକ ଦ୍ରୁତଗାମୀ କାର୍‌ ଗଛରେ ପିଟି ହେବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଛଟ୍‌ ପର୍ବ ପରେ ଘରକୁ ଫେରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏହି ଘଟଣାରେ ଚାରିଟି ପରିବାରରେ ଶୋକର ଛାୟା ଖେଳିଯାଇଛି।