July 27, 2024

ତଳସରା ଓ ରାଜଗାଙ୍ଗପୁରରେ ଶ୍ରୀ ପାଣ୍ଡିଆନଙ୍କ ପ୍ରଚାର

1 min read

ଭୁବନେଶ୍ୱର: ଆଜି ଅପରାହ୍ନରେ ବିଜୁ ଜନତାଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି।

ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ ସୁଖଦୁଃଖରେ ଠିଆ ହେଉଛନ୍ତି କି ନାହିଁ ଆପଣଙ୍କ ପାଇଁ କାମ କରୁଛନ୍ତି ,ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି ବୋଲି ଆକ୍ଷେପ କରି କହିଥିଲେ
ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ , ପେଟ୍ରୋଲ, ଡିଜେଲ ଦାମ ବଢିବାକୁ ନେଇ ଜନତାଙ୍କୁ ପ୍ରଶ୍ନ କରିଥିଲେ ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା।ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ବୋଲି ପଚାରିଥିଲେ କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ ।

କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ ,ସ୍କଲାରସିପ ସ୍କିମ୍‍ କରିଛନ୍ତି କି ବୋଲି କହିଥିଲେ କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି । ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି । ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି । ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ଆଶା ପ୍ରକାଶ କରିଥିଲେ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି ।

ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି । ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ । ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ । ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ |

Leave a Reply

Your email address will not be published. Required fields are marked *