June 19, 2026

‘ସୈୟାରା’ ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର

1 min read

ମୁମ୍ବାଇ: ୯ଦିନରେ ୩୦୦‌କୋଟି ମାର୍କ ଅତିକ୍ରମ କଲା ‘ସୈୟାରା ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ଲେ ଆହାନ। ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସୁଛି। ଫିଲ୍ମର କାହାଣୀ କେତେ ମାତ୍ରାରେ ପ୍ରଭାବ ପକାଇଛି, ଏହାର ଫିଲ୍ମର ଆୟରୁ ସ୍ପଷ୍ଟ ହୋଇଛି। ମାତ୍ର ୯ଦିନରେ ୩୦୦କୋଟି କ୍ଲବରେ ପ୍ରବେଶ କରିଛି ଏହି ଫିଲ୍ମ। ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି ‘ସୈୟାରା’।