October 25, 2024

୯ ଘଣ୍ଟାରେ ବହି ଲେଖି ବିଶ୍ବ ରେକର୍ଡ ସୃଷ୍ଟି କଲେ ରାଜଦୀପ

1 min read

ଗୌହାଟି: ନଲବାରୀ ମହାବିଦ୍ୟାଳୟର ବିଏସ୍‌ସି (ଉଦ୍ଭିଦ ବିଜ୍ଞାନ) ଛାତ୍ର ରାଜଦୀପ କାଶ୍ୟପ ମାତ୍ର ୯ ଘଣ୍ଟା ମଧ୍ୟରେ ୬୩ ପୃଷ୍ଠା ବିଶିଷ୍ଟ ଏକ ଦର୍ଶନ ପୁସ୍ତକ (ଜନ୍ମ ପ୍ରେମ ମୃତ୍ୟୁ- କିସୁ ବୈଜ୍ଞାନିକ, କିସୁ ଆଲୌକିକ) ରଚନା କରି ଗିନିସ ବୁକ୍‌ ରେକର୍ଡ ସୃଷ୍ଟି କରିଛନ୍ତି।
ନଳବାରୀ ବାସିନ୍ଦା ରାଜଦୀପ ନିଜର ଏହି ଉପଲବ୍ଧି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ଏଭଳି ତ୍ବରିତ ଗତିରେ ପୁସ୍ତକ ରଚନା କରିବାର ପ୍ରେରଣା ରାଜସ୍ଥାନର ଅନ୍ୟ ଏକ ଛାତ୍ର ଠାରୁ ପାଇଥିଲେ। ସେହି ଛାତ୍ରଜଣକ ତିନି ଦିନ ମଧ୍ୟରେ ଏକ ପୁସ୍ତକ ରଚନା କରିଥିଲେ। ରାଜଦୀପ, ମଇ ୨୪ ତାରିଖ ଅପରାହ୍‌ଣ ୩ଟା ୫୫ରେ ନିଜର ପୁସ୍ତକ ‘ଜନ୍ମ ପ୍ରେମ ମୃତ୍ୟୁ’ ରଚନା କରିବାକୁ ବସିଥିଲେ।

ରାତି ୧ଟା ୨ ମିନିଟ୍‌ରେ ଏହାକୁ ଶେଷ କରିଥିଲେ। ଏହାମଧ୍ୟରେ ସେ ୩୦ ମିନିଟ୍‌ ରାତ୍ରୀ ଭୋଜନ ନିମନ୍ତେ ଉଠିଥିଲେ। ସେ କହିଛନ୍ତି ଯେ ଲେଖିବା ତାଙ୍କର ଏକ ନିଶା, ଏହାକୁ ସେ ପେଶା କରିବେ ନାହିଁ। ସେ କହିଛନ୍ତି ଯେ ନିଜର ଲେଖାକୁ ବିଶ୍ବରେକର୍ଡ ନିମନ୍ତେ ସାବ୍ୟସ୍ତ କରିବାକୁ ପ୍ରଥମେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥିଲେ। କାରଣ ତାଙ୍କ ନିକଟରେ ଏନେଇ କୌଣସି ଭିଡ଼ିଓ ପ୍ରମାଣ ନଥିଲା। ପରେ ତାଙ୍କ ମହାବିଦ୍ୟାଳୟର ଅଧ୍ୟକ୍ଷ ଏଥିରେ ତାଙ୍କୁ ସହାୟତା ଦେଇଥିଲେ।

Leave a Reply

Your email address will not be published. Required fields are marked *