July 27, 2024

୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ

1 min read

ଭୁବନେଶ୍ୱର: ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା । ଆସିଛି ନିର୍ବାଚନ…ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର । କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ସବୁ ଦଳ ଦମ ଦେଖାଇବାରେ ଲାଗି ପଡ଼ିଛନ୍ତି । ଦଳର ହେଭିୱେଟ ମାନେ ଘନ ଘନ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି । ତେବେ ୧୫ରେ ବଲାଙ୍ଗିର ଓଡ଼ିଶା ଆସୁଛନ୍ତି ରାହୁଲ ।

ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ । ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସୂଚନା । ସେପଟେ ପୁଣି ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ରୋଡ୍‌ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି । କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *