November 23, 2026

ଡେରାବିଶର ଚଷାଖଣ୍ଡ ଗ୍ରାମରେ ରାଧାକୃଷ୍ଣ ପୂଜା ଅନୁଷ୍ଠିତ

1 min read

ଡେରାବିଶ,୨୦/୧୧(ନିପ୍ର) : କାର୍ତିକ ମାସରେ ଆଧ୍ୟାତ୍ମିକ ପରିବେଶ ଶାନ୍ତି, ଭକ୍ତି ଓ ସଦ୍‌ଭାବନା ଆଣିଦେଇଥାଏ । ବିଭିନ୍ନ ଜାଗାରେ ଠାକୁରଙ୍କ ମୂର୍ତି ସ୍ଥାପନ କରି ପୂଜା ଆଦି କାର୍ଯ୍ୟ କରିଥାନ୍ତି । ସେମିତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକର ଚଷାଖଣ୍ଡ ଗ୍ରାମରେ ବିଗତ ଛବିଶ ବର୍ଷ ହେବ ରାଧାକୃଷ୍ଣ ପୂଜା ରୀତିମୂତାବକ ପାରମ୍ପରିକ ଭାବେ ଚାଲିଆସୁଛି । ମହାବାତ୍ୟା ୧୯୯୯ ପରେପରେ ଗ୍ରାମବାସୀମାନେ ରାଧାକୃଷ୍ଣ ପୂଜା କରିବାର ଯୋଜନା କରି ଏହି ମହତ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସୂଚାରୁ ଭାବେ ତୁଲାଇ ଆସୁଛନ୍ତି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଁଳା ନବମୀରେ ରାଧାକୃଷ୍ଣ ପୂଜା ପାଇଥିଲେ । ସୁନ୍ଦର ସଜ୍ଜାସଜ୍ଜି ସହ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।

ପୂଜାରେ କଳସ ବୁଡାଇବା ପରି ଏକ ବଡ କାର୍ଯ୍ୟ ଶାରଦାକାନ୍ତ କର ନେଇଥିଲେ । ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହେଲାପରେ ସମସ୍ତଙ୍କୁ ଭୋଗ ବଂଟନ କରାଯାଇଥିଲା । ପୂଜାରେ ଗ୍ରାମର ମୂରବୀମାନେ ଯଥା ଶୁକଦେବ କାଣ୍ଡି, ଦ୍ୱିଜବର କର, ଗୁରୁଚରଣ କର, ରମେଶ ଚନ୍ଦ୍ର କର, ସର୍ବେଶ୍ୱର କର, ଖଗେଶ୍ୱର କର, ସୁବାସ ଚନ୍ଦ୍ର କର, ଗିରିଶ ଚନ୍ଦ୍ର କର, ଗନ୍ଧର୍ବ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ବସନ୍ତିଆ, କରୁଣାକର କାଣ୍ଡି, ରବିନା କାଣ୍ଡି, ଖଗେଶ୍ୱର କାଣ୍ଡି, ମହେଶ୍ୱର କାଣ୍ଡି ଓ ଗ୍ରାମର ୱାର୍ଡ ମେମ୍ବର ରବିନ୍ଦ୍ର ପ୍ରଧାନ ପ୍ରମୂଖ ଯୋଗଦେବା ସହ ଯୁବବର୍ଗ ଯଥା ଦିପକ କୁମାର କର, ମାନସ କୁମାର କର, ଶ୍ରୀନିବାସ କର, ଜ୍ଞାନ ରଞ୍ଜନ କର, ସୁଶାନ୍ତ କର, ଦିଲ୍ଲିପ କର, କମଳାକାନ୍ତ କର, ଚିତ୍ତରଞ୍ଜନ କର, ଦୀପ୍ତି ରଞ୍ଜନ କର, ଗୌରାଙ୍ଗ କାଣ୍ଡି, ନଟବର କାଣ୍ଡି, ନୀଳମାଧବ କାଣ୍ଡି, ବାଞ୍ଛା କାଣ୍ଡି, ରତ୍ନାକର କାଣ୍ଡି ଓ ବୁଲା କାଣ୍ଡି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।