October 23, 2024

ଦେଶବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ଗଣପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଲେଖିଛନ୍ତି, ‘ରଜ’ ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା’। ‘ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା ପାନ, ଦୋଳି ଖେଳରେ ରଜ ପାଳନ କରନ୍ତି।’ ‘କୃଷି ଭିତ୍ତିକ ରଜ ପର୍ବରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି’ ବୋଲି ରାଷ୍ଟ୍ରପତି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *