October 23, 2024

ବିଏନ୍‌ଏସ୍‌ଏସ୍‌ରେ ପୋଲିସ ରିମାଣ୍ଡ ଅବଧି ୧୫ଦିନ

1 min read

ନୂଆଦିଲ୍ଲୀ : ନୂଆ ଫୌଜଦାରି ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସ୍‌ଏ) ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି। ଏହି ଆଇନରେ ପୋଲିସ ରିମାଣ୍ଡ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ପୋଲିସ ରିମାଣ୍ଡ ସର୍ବାଧିକ ୧୫ଦିନ ରହିଥିବାବେଳେ ନୂଆ ଆଇନରେ ମଧ୍ୟ ୧୫ଦିନ ରହିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି।
ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଶାହା ପୋଲିସ ରିମାଣ୍ଡ ଅବଧିକୁ ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି, ପୂର୍ବ ଆଇନ ଅନୁସାରେ କୌଣସି ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଥିବା ସମୟରେ ଯଦି ଶାରୀରିକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ୧୫ଦିନ ପର୍ଯ୍ୟନ୍ତ ଭର୍ତ୍ତି ହେଉଥିଲେ, ତାଙ୍କୁ ପୋଲିସ କୌଣସି ଜେରା କରିପାରୁ ନ ଥିଲା। ସେ କ୍ଷେତ୍ରରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେଇ ପାରୁ ନ ଥିଲା। ମାତ୍ର ଏବେ ନୂଆ

ଆଇନ ଅନୁସାରେ ପୋଲିସ ୬୦ଦିନ ମଧ୍ୟରେ ରିମାଣ୍ଡ ସୁବିଧା ନେଇପାରିବେ ବୋଲି ଶାହା କହିଛନ୍ତି। ପୋଲିସ ରିମାଣ୍ଡ ଅବଧି ପନ୍ଦର ଦିନ ମଧ୍ୟରେ ସୀମିତ ରଖାଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତର ୬୦ଦିନ ମଧ୍ୟରେ ଯେକୌଣସି ସମୟରେ ରିମାଣ୍ଡ ପାଇଁ ଆବେଦନ କରିପାରିବେ। ବିଚାର ଚାଲିଥିବାବେଳେ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ପୋଲିସକୁ ଅଧିକ ତଦନ୍ତ କରିବାର କ୍ଷମତା ମଧ୍ୟ ଦିଆଯାଇଛି। ଏଭଳି କ୍ଷମତାର ଅନେକ କ୍ଷେତ୍ରରେ ଦୁରୁପଯୋଗ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଇନବିଷାରଦ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *