April 28, 2026

ଦିଲ୍ଲୀରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ କ୍ୟାଥଲିକ ବିଶପ୍ ସମ୍ମିଳନୀ ଅଫ୍ ଇଣ୍ଡିଆ ଆୟୋଜନ କରୁଛି।

କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ସାଧାରଣ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶର କାଥୋଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବେ।