July 27, 2024

କ୍ରୀତଦାସ ମାନସିକତା ରଖୁଥିବା ଲୋକମାନେ ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

1 min read

ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ଆଖି ଖରାପ ଅଛି ନ ହେଲେ ଚଷମା ଭୁଲ ଅଛି । କ୍ରୀତଦାସ ମାନସିକତା ରଖୁଥିବା ଲୋକମାନେ ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ସେଥପାଇଁ ସେମାନେ ବିଜେପି ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ବିଜେଡି ନେତା ୨୫ ବର୍ଷ ମଧ୍ୟରେ କେବେ ବି ବିଜେପିର ପ୍ରଶ୍ନର ସିଧା ଉତ୍ତର ଦେଉନାହାନ୍ତି । ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ସିଧା ଉତ୍ତର ମୁଖ୍ୟମନ୍ତ୍ରୀ, ବିଜେଡି ଦଳ ଦେବାର ସାହାସ ରଖୁନାହାଁନ୍ତି । ରକ୍ତଚାପରେ କିଏ ଅଛନ୍ତି ତାହା ପ୍ରଣବ ପ୍ରକାଶ ଦାସ ନିଜେ ନିଜକୁ ପଚାରିବା ଦରକାର । ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ କେଉଁ ଅବସ୍ଥାରେ ଅଛନ୍ତି, ନିଜକୁ ପଚାରି ଆତ୍ମସମୀକ୍ଷା କଲେ ଭଲ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ୨ ଲକ୍ଷ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ କେବଳ ଓଡ଼ିଶାରେ ହୋଇଛି । ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ସହ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ଏହା ବିଜେଡି ନେତା ଭଲ ଭାବରେ ଜାଣିଛନ୍ତି ।

ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରି ଓଡ଼ିଶାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ପତ୍ର ଲେଖିଥିଲେ, ଜନସାଧାରଣଙ୍କୁ ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପାଖରୁ ମିଳିନାହିଁ । ଅନୁଗୋଳ ଜିଲ୍ଲାରୁ ୬୦ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଯାଉଥିବା ବେଳେ ଜିଲ୍ଲାର ବିକାଶ ପାଇଁ କେତେ ଖର୍ଚ୍ଚ ହେଉଛି, ତାହାର ହିସାବ ଦେଲେ ଭଲ ହେବ ।

ଭୁବନେଶ୍ୱରରେ ବର୍ଷା ଦିନରେ ଡ୍ରେନରେ ପଡି ଶିଶୁର ମୃତ୍ୟୁ ହେଉଛି । ଅଳିଆଗଦାର ପାହାଡର ଦୁର୍ଗନ୍ଧ ଯୋଗୁଁ ଲୋକମାନେ ହନ୍ତସନ୍ତ ହୋଇ ରୋଗରେ ପୀଡିତ ହେଉଛନ୍ତି । ରାଉରକେଲାରେ ହଇଜାରେ ମୃତ୍ୟୁ ହେବା ସହ ଲୋକମାନେ କେଉଁ ଅବସ୍ଥାରେ ଅଛନ୍ତି, ଆପଣମାନେ କେବେ ଭାବିଛନ୍ତି ? ବିଜେପିର ପ୍ରଶ୍ନର ଉତ୍ତର ନ ରଖି ପ୍ରଶ୍ନ ପଚାରିବା ବିଜେଡିର ଅଭ୍ୟାସଗତ ପରମ୍ପରା । ଶାସକ ଦଳର ଗୁମାସ୍ତାମାନେ ରକ୍ତଚାପ ପରୀକ୍ଷା କରିବା ଦରକାର । କାରଣ ସ୍ୱାସ୍ଥ୍ୟ ଓ ମନ ଭଲ ନ ଥିବା ଭଳି ମନେହେଉଛି ବୋଲି ଶ୍ରୀ ମହାପାତ୍ର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Leave a Reply

Your email address will not be published. Required fields are marked *