July 26, 2024

ବ୍ରାଉନସୁଗାର ବେପାରୀ ଗିରଫ ଏବଂ କୋର୍ଟ ଚାଲାଣ

1 min read

କାକଟପୁର: ଅସ୍ତରଙ୍ଗ ପୋଲିସ କୁ ମିଳିଛି ସଫଳତା, ଦୀର୍ଘ ଦିନ ହେବ ଧଳାଜହର ବେପାର ଅସ୍ତରଙ୍ଗ ଅଞ୍ଚଳ ରେ କ୍ଷିପ୍ର ଗତି ରେ ବଢୁଛି, ଯାହାକୁ ନେଇ ସେ ବେପାରୀ ଙ୍କ ଉପରେ ଅସ୍ତରଙ୍ଗ ପୋଲିସ ରଖିଥିଲା କଡା ନଜର l

ଗତକାଲି ରାତି ୯:୪୫ମିନିଟ ସମୟ ରେ ଅସ୍ତରଙ୍ଗ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ, ସବ୍ ଇନିସ୍ପେକ୍ଟର ସଂଗ୍ରାମ ସ୍ୱାଇଁ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ କଲେଜ ଛକ ନିକଟରେ ୨ ଅପରାଧୀ ଙ୍କୁ ରଙ୍ଗୀନ ହାତରେ ଧରିଥିଲା l

ଉକ୍ତ ୨ ଯୁବକ ହେଲେ ଓସ୍ତପୁର ଗ୍ରାମ ର ନିରଞ୍ଜନ ସେନାପତି (୪୯), ପିତା -ଭୀମ ସେନାପତି, ଅନ୍ୟ ଜଣେ ଓଳଙ୍ଗର ଗ୍ରାମ ର ବିଦ୍ୟାଧର ସ୍ୱାଇଁ (୩୯), ପିତା -ବୃନ୍ଦାବନ ସ୍ୱାଇଁ, ଉକ୍ତ ୨ ଯୁବକ ଏକ ଜରି ପ୍ୟାକେଟ ରେ ବ୍ରାଉନସୁଗାର ଆଣି ବ୍ୟବସାୟ ଉଦେଶ୍ୟ ରେ ଅଟକି ଥୀବା ବେଳେ ତାଙ୍କୁ ଅସ୍ତରଙ୍ଗ ପୋଲିସ କାବୁ କରିଥିଲା ତାଙ୍କ ପାଖରୁ ଏକ ହିରୋ ଗ୍ଲାମର ବାଇକ, ନଂ -ଏମ/ସି ଓ ଡି ଜି ୧୬୬୮, ଏକ ପିସ୍ତଲ, ନଗଦ ୮ ହଜାର ଟଙ୍କା, ୨ ଟି କିପ୍ୟାଡ଼ ମୋବାଇଲ ଫୋନ, ଆଠ ଗ୍ରାମ ବ୍ରାଉନସୁଗାର ଜବତ କରିଛି, ତାଙ୍କୁ ପଚରାଉଚରା କରି ଅନ୍ୟ ତଥ୍ୟ ଆଦାୟ କରାଯାଇଛି, ୧୭/୨୪ରେ ଏକ ମାମଲା ୠଜୁ କରାଯାଇଛି,ତା ସହିତ ଆଜି ଡାକ୍ତରୀ ପରୀକ୍ଷା କରାଯାଇ ଏନଡିପିଏସ ଆକ୍ଟ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି,ଖୁବ ଶୀଘ୍ର ଅସ୍ତରଙ୍ଗ ଅଞ୍ଚଳ କୁ ଧଳା ଜହର ମୁକ୍ତ କରାଯିବାକୁ ଅସ୍ତରଙ୍ଗ ପୋଲିସ ଅଧିକାରୀ ରାଜେଶ ବଳିୟାର ସିଂ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *